Categories: ଜାତୀୟ

ଥରିଲା ଆଣ୍ଡାମାନ

ପୋର୍ଟ ବ୍ଲେୟାର,୨୧।୬: ଆଣ୍ଡାମାନ ନିକୋବର ଦ୍ୱୀପରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଏହାର କେନ୍ଦ୍ରସ୍ଥଳ ପୋର୍ଟ ବ୍ଲୋୟାରର ଦକ୍ଷିଣ-ପଶ୍ଚିମରୁ ୧୮୩ କିଲୋମିଟରରେ ଦୂରରେ ରହିଥିଲା ବୋଲି ଜାତୀୟ ଭୂ-କମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ କିଛି ସମୟ ପାଇଁ ଲୋକେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ କରିଥିଲେ। ଏଥିରେ ଲୋକମାନେ ଭୟଭୀତ ହୋଇପଡ଼ି ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ରହିଛି।

Share