ଭୂକମ୍ପରେ ପୁଣିଥରେ ଥରିଲା ଆଫଗାନିସ୍ତାନ

କାବୁଲ,୧୪।୫: ଆଫଗାନିସ୍ତାନରେ ରବିବାର ପୁଣିଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ମପାଯାଇଛି। ଭୂକମ୍ପର ଗଭିରତା ୬୦ କିଲୋମିଟର ଥିବା କୁହାଯାଇଛି।
ନାଶନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁଯାୟୀ, ଭୂକମ୍ପର ଝଟକା ରାଜଧାନୀ କାବୁଲରୁ କିଛି କିଲୋମିଟର ଦୂରରେ ରବିବାର ସକାଳ ୮ଟା ୧୪ରେ ଅନୁଭୂତ ହୋଇଥିଲା। ଏବେ ପର୍ଯ୍ୟନ୍ତ ଏଥିରେ କିଛି କ୍ଷୟକ୍ଷତି ଅବା କେହି ହତାହତ ହୋଇଥିବା ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ଆଫଗାନିସ୍ତାନରେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

Share