
କାଠମାଣ୍ଡୁ,୨୭।୩: ନେପାଳର ଉତ୍ତର-ପଶ୍ଚିମ ହୁମଲା ଜିଲାରେ ବୁଧବାର ସାରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିଯୋଗୁ କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।
ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ସା୭.୪୪ ସମୟରେ ୪.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ କାଠମାଣ୍ଡୁରୁ ୪୨୫ କିଲୋମିଟର ଉତ୍ତର-ପଶ୍ଚିମରେ ହୁମଲା ଜିଲ୍ଲାର କାଳିକା ଅଞ୍ଚଳ ଥିଲା।
କେନ୍ଦ୍ର ଅନୁଯାୟୀ, ସା ୬.୨୭ ମିନିଟ ସମୟରେ ୫.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ତିବ୍ଦତର ଟିଙ୍ଗ୍ରି କାଉଣ୍ଟିଂ ଥିଲା। ଏହା କାଠମାଣ୍ଡୁରେ ମଧ୍ୟ ଅନୁଭୂତ ହୋଇଥିଲା।