ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି ଥିବା ନେଇ ଏନସିଏସ୍ ପକ୍ଷରୁ ସୂଚନା ଦିଆଯାଇଛି।