Categories: ଜାତୀୟ

ଥରିଲା ହିମାଚଳ ପ୍ରଦେଶ

ସିମ୍‌ଲା,୧୪।୨: ହିମାଚନ ପ୍ରଦେଶର ରବିବାର ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ମପାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିଳାଶପୁର ବୋଲି ଜଣାପଡିଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଗତ ଶୁକ୍ରବାର ଉତ୍ତର ଭାରତରେ ବଡ ଭୂକମ୍ପ ହୋଇଥିଲା। ଏହାସହ ଗତ ଜାନୁୟାରୀ ୫ରେ ହିମାନଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଅନୁଭୂତ ହୋଇଥିଲା।

Share