Categories: ଜାତୀୟ

କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ

ବେଙ୍ଗାଲୁରୁ,୨୩।୧୨: ଗୁରୁବାର କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ରେ ମାପ କରାଯାଇଛି। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ନିଜ ଘରୁ ରାସ୍ତାକୁ ବାହାରି ଆସିଥିଲେ। ଏହି ଭୂକମ୍ପ ଯୋଗୁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଏହାପୂର୍ବରୁ ବୁଧବାର ଚିକ୍କାବାଲାପୁରାରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା।
କର୍ନାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ନିରୀକ୍ଷଣ କେନ୍ଦ୍ର ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାଣ୍ଡିକାଲ ଏବଂ ଭୋଗାପାର୍ଟି ଗ୍ରାମ ନିକଟରେ ସକାଳ ୭.୧୦ ଏବଂ ୭.୧୫ ସମୟରେ ହୋଇଥିଲା।

Share