ପୋର୍ଟ ବ୍ଲେୟାର,୯।୪: ନିକୋବର ଦ୍ୱିପରେ ରବିବାର ଦିନ ପ୍ରାୟ ୨ଟା ୫୯ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭିରତାରେ ରହିଥିଲା।
ସୂଚନାଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ ଅର୍ଥାତ୍ ୬ ଏପ୍ରିଲରେ ଆଣ୍ଡାମାନ ଓ ନିକୋବର ଦ୍ୱିପରେ ଭୂକମ୍ପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୬। ଭୂକମ୍ପ ପୋର୍ଟବ୍ଲେୟାରର ୧୪୦ କିଲୋମିଟର ଇଏନଇରେ ଆସିଥିଲା। ସେହି ଭୂକମ୍ପରେ ବି କୌଣସି କ୍ଷୟକ୍ଷତି ହୋଇ ନ ଥିଲା।