Categories: ଜାତୀୟ

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର୍‌,୬।୧୨: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁରରୁ ୫୫ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଭୂକମ୍ପ ସୃଷ୍ଟି ହୋଇଛି। ରିଚ୍ଟର ସ୍କେଲରେ ହୋଇଥିବା ଭୂକମ୍ପର ମାତ୍ରା ୪.୩ ରହିଛି। ଭୂକମ୍ପ ଅନୁଭବ କରିବା କ୍ଷଣି ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Share