ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୨୮।୮: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେ ମାପ କରାଯାଇଛି। ସୂଚନା ଦେଇ ଭୂକମ୍ପ କେନ୍ଦ୍ର କହିଛି ଯେ, ସକାଳ ୮.୦୫ରେ ଏହି ଭୂକମ୍ପ ହୋଇଛି। ଭୂକମ୍ପର ଗଭୀରତା ୧୭୩ କିଲୋମିଟର ଥିଲା । ଭୂକମ୍ପ ହେତୁ ଲୋକମାନେ ଘରୁ ବାହାରି ଆସିଥିଲେ। ହେଲେ କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ ଖବର ନାହିଁ।

Share