ନୂଆଦିଲ୍ଲୀ,୬।୩: ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ, ପ୍ରାୟ ୫.୭ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ମାପ କରାଯାଇଛି। ଭୂକମ୍ପ ଯୋଗୁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ନିଶ୍ଚିତ କରି ନାହିଁ।