ଇଣ୍ଡୋନେସିଆର ଟୋବେଲୋରେ ୫.୫ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୪ ।୧: ପୁଣିଥରେ ଥରି ଉଠିଛି ଇଣ୍ଡୋନେସିଆ । ୟୁନାଇଟେଡ ଜିଓଲଜିକାଲ ସର୍ଭେ(ୟୁଏସଜିସି) କହିଛି ସୋମବାର ଇଣ୍ଡୋନେସିଆର ଟୋବେଲୋଠାରୁ ୧୬୨ କିଲୋମିଟର ଉତ୍ତର ପଶ୍ଚିମରେ ଏକ ଭୁକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ଟୋକେଲୋ ପୂର୍ବ ଇଣ୍ଡୋନେସିଆ ଦ୍ୱିପ ଲହମହେରାରେ ସ୍ଥିତ ଏକ ସହର ଓ ଜିଲା ।

Share