ତେହେରାନ,୨୯ ।୧: ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ଖୋୟେ ସହରରେ ଶନିବାର ରାତିରେ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ଏହାଦ୍ୱାରା ବହୁ ପରିମାଣରେ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ଥିବା ଜଣାପଡିଛି । ଟିଆରଟି ୱାର୍ଲଡର ସୂଚନା ଅନୁଯାୟୀ, ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଖୋୟେ ବ୍ୟତୀତ ଆଖପାଖ ଅଞ୍ଚଳରେ କିଛି ସହରରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ୟୁଏସଜିଏସ କହିଛି ୨୩:୪୪:୪୪(ୟୁଟିସି+୦୫:୩୦)ରେ ଭୂକମ୍ପ ହୋଇଛି ।
ଇରାନୀ ସମାଚାର ଏଜେନ୍ସି ଆଇଆରଏନଏ କହିଛି ଭୂକମ୍ପର ଝଟ୍କା ଖୁବ୍ ଅଧିକ ଥିଲା । ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳରେ କିଛି ସ୍ଥାନରେ ଏହା ଅନୁଭୁତ ହୋଇଛି । ପଡୋଶୀ ପୂର୍ବ ଅଜରବୈଜାନର ପ୍ରାନ୍ତିୟ ରାଜଧାନି ତବରେଜ ସହିତ କିଛି ସହରରେ ବି ଭୂକମ୍ପର ଝଟ୍କା ଅନୁଭୁତ ହୋଇଛି । ଖୋୟେ, ଖୋୟେ କାଉଂଟିର ଏକ ସହର ଯାହା ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ରାଜଧାନୀ ।