Categories: ଜାତୀୟ

ନିକୋବର ଦ୍ୱୀପପୁଞ୍ଜରେ ୫.୦ ତୀବ୍ରତାର ଭୂକମ୍ପ

ପୋର୍ଟ ବ୍ଲେୟର,୨।୮: ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୫.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା। ବର୍ତ୍ତମାନ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ।

Share