ଜାକର୍ତ୍ତା,୧୬।୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି। ଇଣ୍ଡୋନେସିଆର ସିଙ୍ଗକିଲ ସହରର ୪୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ ଘଟିଛି।
ସ୍ଥାନୀୟ ସମୟ ଅନୁଯାୟୀ, ଭୋର ୪ଟାରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ୩୭ କିଲୋମିଟର ଗଭୀରରେ ଥିଲା। ବର୍ତ୍ତମାନ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ କରାଯାଇ ନାହିଁ।