ତାଇୱାନରେ ୭.୨ ତୀବ୍ରତାର ଭୂକମ୍ପ, ୨୪ ଘଣ୍ଟାରେ ୧୦୦ ଭୂକମ୍ପ ଝଟ୍‌କା, ସୁନାମି ଆଲର୍ଟ

ତାଇପେଇ ସିଟି,୧୮ ।୯: ତାଇୱାନରେ ଗତ ୨୪ ଘଣ୍ଟା ମଧ୍ୟରେ ଥରେ ନୁହେଁ ୨ ଥର ନୁହେଁ, ୧୦ ଥର ନୁହେଁ କି ୫୦ ଥର ନୁହେଁ ପ୍ରାୟ ୧୦୦ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଏଠାରେ ଆସିଥିବା ଏକ ବଡ ଧରଣର ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ଥିବା ରେକର୍ଡ କରାଯାଇଛି । ତାଇୱାନଠାରୁ ୮୫ କିଲୋମିଟର ପୂର୍ବରେ ଦିନ ପ୍ରାୟ ୧୨.୧୪ରେ ଭୂକମ୍ପ ଅନୁଭୁତ ହୋଇଥିଲା । ଏପଟେ ତାଇୱାନ ଉପକୂଳରେ ଆସିଥିବା ୭.୨ ତୀବ୍ରତାର ଭୂକମ୍ପ ଆସିବା ପରେ ଜାପାନ ପାଇଁ ସୁନାମୀ ଚେତାବନୀ ଦିଆଯାଇଛି । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ କହିଛି, ଜାପାନକୁ ସୁନାମୀ ଚେତାବନୀ ଜାରି କରାଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ତାଇୱାନରେ ପୃଥକ ଭାବେ ୧୦୦ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ କେଉଁଠି ମାଟି ଫାଟି ଦୁଇ ଫାଳ ହୋଇଯାଇଛି ତ କେଉଁଠି ପୋଲ ଭୁଷୁଡି ଯାଇଛି । ଶନିବାର ବି ସେଠାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪ । ଏସବୁ ଭୂକମ୍ପ ଯୋଗୁ କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରେଳ ସେବା ବାଧାପ୍ରାପ୍ତ ହୋଇଛ । ହାଇ ସ୍ପିଡ ରେଲୱେ ସେବାକୁ ରଦ୍ଦ କରି ଦିଆଯାଇଛି ।

Share