ମାନିଲା,୧୮।୧୧: ଦକ୍ଷିଣ ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଆସୋସିଏଟେଡ ପ୍ରେସ୍ ରିପୋର୍ଟ ଅନୁଯାୟୀ ଭୂକମ୍ପ ଯୋଗୁଁ ମଲ୍ର ଛାତ ଭୁଶୁଡି ପଡିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ ଭାଗରେ ଅବସ୍ଥିତ ବୁରିଆସଠାରୁ ୨୬ କିଲୋମିଟର ଦୂରରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀଠାରୁ ୭୮ କିଲୋମିଟର ତଳେ ରହିଥିବା ସୂଚନା ମିଳିଛି।