ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୦।୧: ଇଣ୍ଡୋନେସିଆରେ ଭୂକମ୍ପ ଝଟକା। ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ରେ ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ମ୍ୟାଗ୍ନିଚ୍ୟୁଡ ରହିଥିବା ଜଣାପଡିଛି। ପୃଥିବୀ ପୃଷ୍ଠରୁ ୯୭ କିଲୋମିଟର ତଳେ ଏହି ଭୂକମ୍ପ ହୋଇଥିବା ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି।

Share