ପପୁଆ ନ୍ୟୁ ଗିନିରେ ୬.୫ ତୀବ୍ରତାର ଭୂକମ୍ପ, ପୁଣି ଥରିଲା ଆଫଗାନିସ୍ତାନ

ପୋର୍ଟ ମୋରେସ୍ୱି,୨୬ ।୨: ପପୁଆ ନ୍ୟୁ ଗିନିର ବ୍ରିଟେନ ଅଞ୍ଚଳରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୫ । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଏହି ସୂଚନା ଦେଇଛି । ୟୁଏସଜିଏସର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ୬୫ କିଲୋମିଟର ଗଭିରତାରେ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।
ଏପଟେ ଆଫଗାନିସ୍ତାନର ଫୈଜାବାଦରେ ବି ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ୧୫ରେ ଆଫଗାନିସ୍ତାନର ଫୈଜାବାଦରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଏକ ଭୂକମ୍ପ ହୋଇଛି । ଏନସିଏସ ଟୁଇଟ କରିଛି ଯେ ଭୂକମ୍ପର କେନ୍ଦ୍ର ୮୦ କିଲୋମିଟର ଗଭିରତାରେ ଥିଲା ।

Share