ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୭।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ମୃତାହତ ଏବଂ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଜିଏଫ୍‌ଜେଡ ରିପୋର୍ଟ କରିଛି ଯେ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ଥିଲା।

ଏହାପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ମେକ୍ସିକୋରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ମଧ୍ୟ ୬.୨ ମାପ କରାଯାଇଥିଲା।

Share