Posted inଫୁରସତ

ଭୂମିକମ୍ପର କଥା

ଭୂମିକମ୍ପର ଭୟାବହତା କ’ଣ ଯିଏ ଅନୁଭବ କରିଛି, ସେ ହିଁ ଜାଣିଛି। ସବୁଠୁ ବଡ଼ କଥା ହେଲା ଏହା ପାଇଁ କୌଣସି ପୂର୍ବାନୁମାନ କରି ହୁଏ ନାହିଁ। ତେଣୁ ଭୂମିକମ୍ପଠାରୁ ଭୟାବହତା ସବୁଠୁ ଅଧିକ। ତେବେ କାହିଁକି ହୁଏ ଏହି ଭୂମିକମ୍ପ କ’ଣ ରହିଛି ଏହାର କାରଣ ସେ ସମ୍ପର୍କରେ…

ପୃଥିବୀର ଆଭ୍ୟନ୍ତରରେ ବିଭିନ୍ନ ଧାତବପଦାର୍ଥ ଅତି ଉତ୍ତପ୍ତ ଓ ତରଳ ଅବସ୍ଥାରେ ରହିଛି। ତା’ ଭିତରକୁ ପଶିଲେ ଯେ କେହି ବି ଜଳିପୋଡ଼ି ପାଉଁଶ ହୋଇଯିବ। ଏହା ପ୍ରମାଣ କରେ ଯେ ପୃଥିବୀର ଉପରି ଭାଗ ଯେତେ ଶକ୍ତ ଓ ଶୀତଳ, ଏହାର ଭିତରଟା ସେତେ ତରଳ ଓ ଭୟଙ୍କର ା କଥା ହେଉଛି ଆମର ଭୂପୃଷ୍ଠ ୬ଟି ବଡ଼ ବଡ଼ ଓ ୧୪ଟି ଛୋଟ ଛୋଟ ଖଣ୍ଡରେ ବିଭକ୍ତ ା ସେହି ଖଣ୍ଡଗୁଡ଼ିକୁ ‘ପ୍ଲେଟ୍‌’ ବୋଲି କୁହାଯାଏ ା ପ୍ଲେଟ୍‌ଗୁଡିକ ଉତ୍ତପ୍ତ ତରଳ ପଦାର୍ଥ ଉପରେ ସ୍ଥିର ନ ଥାନ୍ତି ା ସେମାନେ ଏପଟ ସେପଟ ଗତି କରନ୍ତି ା ପ୍ଲେଟ୍‌ଗୁଡ଼ିକ ଧୀରେ ଧୀରେ ଗତି କରିବା ସମୟରେ ଗୋଟିଏ ପ୍ଲେଟ୍‌ ଆଉ ଗୋଟିଏ ପ୍ଲେଟ୍‌ ଉପରେ ଚଢିଯାଇପାରେ କିମ୍ବା କୌଣସି ପ୍ଲେଟ୍‌ ତଳକୁ ଦବି ଯାଇପାରେ ା
ଅଥବା ଦୁଇଟା ପ୍ଲେଟ୍‌ ପରସ୍ପର ସହିତ ବାଡ଼େଇ ହୋଇପାରେ ା ତେଣୁ ଯେଉଁଠାରେ ଦୁଇଟା ପ୍ଲେଟ୍‌ ପରସ୍ପରକୁ ସ୍ପର୍ଶ କରନ୍ତି, ସେହି ଅଞ୍ଚଳରେ ତୀବ୍ର କମ୍ପନ ସୃଷ୍ଟି ହୁଏ ା ଯାହାକୁ ଆମେ କହୁ ଭୂକମ୍ପନ ବା ‘ଭୂମିକମ୍ପ’ ା
ଭୂମିକମ୍ପର ମାପ
ଭୂମିକମ୍ପ ସମୟରେ ଭୂମିର ଚଳନକୁ ‘ସାଇସ୍ମୋଗ୍ରାଫ୍‌’ ଯନ୍ତ୍ର ଦ୍ୱାରା ଚିହ୍ନଟ କରାଯାଏ ା ଭୂକମ୍ପନ ସମୟରେ ଯେତେ ଜୋର ଭୂମି ଥରୁଥାଏ, ତାହାକୁ ତୀବ୍ରତା (ଇଣ୍ଟେନ୍‌ସିଟି) କୁହାଯାଏ। ଭୂକମ୍ପନ ତୀବ୍ରତାକୁ ଯେଉଁ ସ୍କେଲରେ ପ୍ରକାଶ କରାଯାଏ, ତାହା ହେଉଛି ‘ରିକ୍ଟର ସ୍କେଲ’ ା ଏହି ସ୍କେଲ୍‌କୁ ୧୯୩୫ ମସିହାରେ ଆମେରିକୀୟ ଭୂତତ୍ତ୍ୱ ବିଜ୍ଞାନୀ ଚାର୍ଲସ୍‌ ଫ୍ରାନ୍ସିସ୍‌ ରିକ୍ଟର ପ୍ରଥମେ ତିଆରି କରିଥିଲେ ା ଏକ ଟନ୍‌ ହେଉଛି ୧୦୦୦ କିଲୋଗ୍ରାମ୍‌ । ଟି.ଏନ୍‌.ଟି. (ଟ୍ରାଇନାଇଟ୍ରୋଟୋଲୁଇନ୍‌) ହେଉଛି ହାଲୁକା ହଳଦିଆ ରଙ୍ଗର ଏକ ଭୟଙ୍କର ବିସ୍ଫୋରକ ପଦାର୍ଥ । ପାହାଡ ଫଟେଇବା କାମରେ ଏହା ଦରକାର ହୁଏ । ପ୍ରାୟ ୨୦୦ ଟନ୍‌ ଟି.ଏନ୍‌.ଟି. ବିସ୍ଫୋରକରୁ ଯେତିକି କମ୍ପନ ଜାତ ହୁଏ, ରିକ୍ଟର ସ୍କେଲରେ ତାହାର ମୂଲ୍ୟ ୪.୯ ହେବ ା ଏହି କମ୍ପନର ଭୂମିକମ୍ପକୁ ସାମାନ୍ୟ ଭୂମିକମ୍ପ କୁହାଯାଏ ା କମ୍ପନର ତୀବ୍ରତା ୮ ବା ଅଧିକ ଥିଲେ ତାହାକୁ ଅତି ଭୟଙ୍କର ଭୂମିକମ୍ପ ବୋଲି ଧରାଯାଏ ା ଭୂମିକମ୍ପର ତୀବ୍ରତା ଓ ଅନୁଭୂତ ସମୟ ଉପରେ କ୍ଷୟକ୍ଷତିର ପରିମାଣ ନିର୍ଭର କରେ ା ପୃଥିବୀର ସବୁଠାରୁ ବଡ଼ ଭୂମିକମ୍ପ ଚିଲିଠାରେ ଅନୁଭୂତ ହୋଇଛି ା ୧୯୬୦ ମସିହା ମଇ ୨୨ ତାରିଖରେ ଅନୁଭୂତ ଏହି ଭୟଙ୍କର କମ୍ପନର ରିକ୍ଟର ସ୍କେଲରେ ତୀବ୍ରତା ୯.୫ ଥିଲା ା ୨୦୨୧ ଜାନୁୟାରୀ ୨୬ ତାରିଖରେ ଭାରତରେ ସବୁଠାରୁ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଗୁଜରାଟର ଭୁଜ୍‌ ଜିଲାରେ ଘଟିଥିଲା ।
ସବୁବେଳେ ହୁଏ ଭୂମିକମ୍ପ
ଆମର ଭଙ୍ଗା ଭୂପୃଷ୍ଠ ଭାସମାନ ଅବସ୍ଥାରେ ଥିବାରୁ ସବୁବେଳେ ଅଳ୍ପ ବହୁତ ଥରୁଛି ା ତେଣୁ ସବୁବେଳେ ଭୂମିକମ୍ପ ହେଉଛି । କିନ୍ତୁ ସବୁ କମ୍ପନକୁ ଆମେ ଅନୁଭବ କରିପାରୁନାହିଁ ା ରିକ୍ଟର ସ୍କେଲରେ ୨ ବା କମ୍‌ ତୀବ୍ରତାର ଭୂମିକମ୍ପକୁ ଆମେ ଅନୁଭବ କରିପାରୁନାହିଁ, ଯାହାକୁ ଆମେ ମାଇକ୍ରୋ-ଭୂମିକମ୍ପ ବୋଲି କହୁ । ତୀବ୍ରତା ୨ ରୁ ୨.୯ ଭୂମିକମ୍ପକୁ ମାଇନର କହୁ, ଯାହାକୁ ଆମେ ଅନୁଭବ କରିବା କଷ୍ଟ । କିନ୍ତୁ ଏହାକୁ ରେକର୍ଡ କରାଯାଇପାରିବ ା ଅଧିକାଂଶ ସମୟରେ ୩ ରୁ ୩.୯ ତୀବ୍ରତାର ଭୂମିକମ୍ପ ହୁଏ, ଯାହାର ନାମ ମାଇନର-ଭୂମିକମ୍ପ । ୪ ରୁ ୪.୯ ତୀବ୍ରତାର ଭୂମିକମ୍ପ କବାଟ ଝରକା ଥରେଇ ଦିଏ । ଏହାକୁ ହାଲୁକା-ଭୂମିକମ୍ପ କୁହାଯାଏ, ଯାହାକୁ ସହଜରେ ଅନୁଭବ କରିହୁଏ ା କିନ୍ତୁ ୫ ରୁ ୫.୯ ତୀବ୍ରତାର ମଧ୍ୟମ-ଭୂମିକମ୍ପ ଦ୍ୱାରା କୋଠାବାଡି କ୍ଷତିଗ୍ରସ୍ତ ହୁଏ। ୬ ରୁ ୬.୯ ତୀବ୍ରତାର ଶକ୍ତିଶାଳୀ-ଭୂମିକମ୍ପ ଦ୍ୱାରା କମ୍‌ ଅଞ୍ଚଳରେ ଧନଜୀବନ ନଷ୍ଟ ହୁଏ ା ବଡ଼-ଭୂମିକମ୍ପର ତୀବ୍ରତା ୭ ରୁ ୭.୯ ମଧ୍ୟରେ ରହେ । ଏହି କମ୍ପନ ଦ୍ୱାରା ଅଧିକ ଅଞ୍ଚଳରେ ଧନଜୀବନ ନଷ୍ଟ ହୁଏ ା ଯେଉଁ ଭୂମିକମ୍ପର ତୀବ୍ରତା ୮ ରୁ ୯.୯ ମଧ୍ୟରେ ରହେ, ତାହାକୁ ଗ୍ରେଟ୍‌-ଭୂମିକମ୍ପ କହୁ। ଏହି ଭୂମିକମ୍ପ ଦ୍ୱାରା ଶହ ଶହ କିଲୋମିଟର ଅଞ୍ଚଳର କୋଠାବାଡି ଧୂଳିସାତ୍‌ ହୁଏ ା ୧୦ରୁ ଅଧିକ ତୀବ୍ରତାର ମହାପ୍ରଳୟଙ୍କରୀ (ଏପିକ୍‌୍‌) ଭୂମିକମ୍ପର ହୃଦୟ ବିଦାରକ ପରିଣାମ ବିଷୟରେ ନ କହିଲେ ଭଲ ା
ଭୂମିକମ୍ପ ପ୍ରବଣ ଅଞ୍ଚଳ
ନେପାଳ, ଜାପାନ, ତୁର୍କୀ, ଇଣ୍ଡୋନେସିଆ, ଭାରତ, ପାକିସ୍ତାନ, ଚାଇନା ଇତ୍ୟାଦି ଦେଶରେ ଅଧିକ ଭୂମିକମ୍ପ ହୁଏ। ପ୍ରଶାନ୍ତ ମହାସାଗର ତଳେ ଅଗ୍ନିବଳୟ (ରିଙ୍ଗ୍‌ ଅଫ୍‌ ଫାୟାର) ଅଞ୍ଚଳରେ ବଡ ବଡ ଭୂମିକମ୍ପ ଅନୁଭୂତ ହୁଏ ।
ପୃଥିବୀରେ ଏଯାଏ ଯେତେ ବଡ ବଡ ଭୂମିକମ୍ପ ଦେଖାଯାଇଛି, ତାହାର ୧୦୦ ଭାଗରୁ ୮୧ ଭାଗ ଭୂମିକମ୍ପ ସେହି ‘ରିଙ୍ଗ୍‌ ଅଫ୍‌ ଫାୟାର’ ଅଞ୍ଚଳରେ ହୋଇଛି। ଭାରତରେ ଏକାଧିକ ଭୂମିକମ୍ପ ପ୍ରବଣ ଅଞ୍ଚଳ ରହିଛି ା ଭୂମିକମ୍ପ ସମ୍ଭାବନାକୁ ନେଇ ଭାରତକୁ ଅଲଗା ଅଲଗା ଜୋନ୍‌ରେ ବିଭକ୍ତ କରାଯାଇଛି।
ସେହି ଜୋନ୍‌ଗୁଡିକ ହେଉଛି – ଜୋନ୍‌ ୨ (ତୀବ୍ରତା ୬ରୁ କମ୍‌), ଜୋନ୍‌ ୩ (ତୀବ୍ରତା ୭), ଜୋନ୍‌ ୪ (ତୀବ୍ରତା ୮) ଓ ଜୋନ୍‌ ୫ (ତୀବ୍ରତା ୯ରୁ ଅଧିକ) ା କିନ୍ତୁ ଆମର ଅନୁମାନ ବେଳେବେଳେ ଭୁଲ୍‌ ପ୍ରମାଣିତ ହୋଇଛି ା କମ୍‌ ତୀବ୍ରତା ବିଶିଷ୍ଟ ସୁରକ୍ଷିତ ଜୋନ୍‌ରେ ରହିଥିବା ଅଞ୍ଚଳରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପନ ଅନୁଭୂତ ହୋଇଛି ା ଭାରତରେ ଦିଲ୍ଲୀ, କୋଲକାତା, ଗୌହାଟୀ, ଇମ୍ଫାଲ, ଅମ୍ରିତସର, ଶ୍ରୀନଗର ଓ ପୋର୍ଟ ବ୍ଲେୟାର ଇତ୍ୟାଦି ଅଞ୍ଚଳରେ ଅଧିକ ଭୂମିକମ୍ପ ହେବା କଥା । କିନ୍ତୁ ବେଳେବେଳେ ଅନ୍ୟ ସୁରକ୍ଷିତ ଅଞ୍ଚଳରେ ମଧ୍ୟ ବଡ ଭୂମିକମ୍ପ ଘଟିଛି ।
୨୦୧୪ ମଇ ୨୧ ତାରିଖ – ଭୁଲି ହେବ ନାହିଁ
ଆଜିକାଲି ଭୂମିକମ୍ପ ପ୍ରସଙ୍ଗ ଆସିଲେ ଓଡ଼ିଶାର ଭୂମିକମ୍ପ କଥା ମନେ ପଡ଼ିଯାଏ ା ୨୦୧୪ ମସିହାର କଥା ା ମଇ ୨୧ ତାରିଖ ବୁଧବାର ରାତି ୯ଟା ୫୨ ମିନିଟ୍‌ ସମୟରେ ଭୂମିକମ୍ପ ପ୍ରଭାବରେ ଭାରତର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାର ଭୂଇଁ କେଇ ସେକେଣ୍ଡ ପାଇଁ ଥରି ଉଠିଲା ା ଭୁବନେଶ୍ୱରଠାରୁ ୩୧୦ କି.ମି. ଦୂରରେ ବଙ୍ଗୋପସାଗର ଶଯ୍ୟାରେ ୧୦ କି.ମି. ତଳେ ପ୍ରାୟ ୪୦ ସେକେଣ୍ଡ ପାଇଁ ଏହି ଭୂକମ୍ପନ ସୃଷ୍ଟି ହୋଇଥିଲା ା ଉପତ୍ତ୍ତିସ୍ଥଳ ନିକଟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ଥିଲା ା ଏହି କମ୍ପନ ଭାରତର ପୂର୍ବ ଫାଳକୁ ଦୋହଲାଇ ଦେଇଥିଲା ା ଭାରତର ବିଭିନ୍ନ ଅଞ୍ଚଳରେ ଘରଦ୍ୱାର ଓ ବିଜୁଳିଖୁଣ୍ଟ ଥରି ଉଠିଥିଲା ା ରାଜଧାନୀ ସମେତ ଓଡିଶାର ଅଧିକାଂଶ ଅଞ୍ଚଳ ଏକ ସମୟରେ ଦୋହଲି ଗଲା ା ଲୋକମାନେ ଭୟରେ ଘର ବାହାରକୁ ବାହାରି ଆସିଥିଲେ ା ଗାଁ ଗହଳିରେ ଶଙ୍ଖ ବାଜିଥିଲା ଓ ହୁଳହୁଳି ପଡିଥିଲା ା ଲୋକମାନେ ଆଗରୁ କେବେ ଏପରି ଭୟାନକ କମ୍ପନର ସାମ୍ନା କରି ନ ଥିଲେ ା ଏପରି କି ଓଡ଼ିଶାର ବର୍ଷୀୟାନ ଲୋକେ ସେମାନଙ୍କ ଜୀବନକାଳ ଭିତରେ ଏତେ ତୀବ୍ର ଭୂଇଁ ଥରା ଅନୁଭୂତି ମନେପକେଇ ପାରୁ ନ ଥିଲେ ା ସେହି ଘଟଣା ପରେ ଭୂଇଁ ହଲିବା ସହିତ ରାଜ୍ୟବାସୀଙ୍କର ହୃଦୟ ଦୋହଲି ଯାଇଛି ା ଓଡ଼ିଶାରେ ଭୂମିକମ୍ପ ହେବ ନାହିଁ ବୋଲି ଯେଉଁ ଧାରଣା ଆମର ଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି ା ୨୦୧୪ ମସିହା ପରେ ଆମ ରାଜ୍ୟରେ ଅନେକ ଥର ଭୂମିକମ୍ପ ହୋଇଛି । କିନ୍ତୁ ୨୦୧୪ ମସିହାର କମ୍ପନଠାରୁ କମ୍‌ ତୀବ୍ରତାର ହୋଇଛି ।
ଓଡ଼ିଶାରେ ଭୂମିକମ୍ପ ସମ୍ଭାବନା
ଭୂମିକମ୍ପ ସମ୍ଭାବନା ପରିପ୍ରେକ୍ଷୀରେ ଲାଟୁର ଓ ଜବଲପୁର ଅଞ୍ଚଳର ଉଦାହରଣ ନିଆଯାଇ ପାରିବ ା ସେଗୁଡିକ ବିପଦମୁକ୍ତ ଭୂକମ୍ପନ-ଜୋନ୍‌ ଅଧୀନରେ ଥିଲା ା କିନ୍ତୁ ୨୦୦୧ ମସିହାରେ ଲାଟୁର ଓ ୧୯୯୭ ମସିହାରେ ଜବଲପୁର ଭୂମିକମ୍ପ ଆମର ଅନୁମାନକୁ ଭୁଲ୍‌ ପ୍ରମାଣିତ କରିଥିଲା ା ତେଣୁ ଭୂମିକମ୍ପ ପ୍ରବଣତା ଜୋନ୍‌ ଅଧୀନତା ଉପରେ ଆଉ ଥରେ ସର୍ଭେ କରିବା ଓ ପୁନଃଆକଳନ କରିବା ଜରୁରୀ ା ଜୋନ୍‌ ଅଧୀନତାକୁ ଦେଖିଲେ ଆମ ରାଜ୍ୟରେ ବଡ ଧରଣର କିମ୍ବା ପ୍ରଳୟଙ୍କରୀ ଭୂମିକମ୍ପ ହେବାର ସମ୍ଭାବନା ନାହିଁ ା କିନ୍ତୁ ଏଠାରେ ଭୂକମ୍ପନର ସମ୍ଭାବନାକୁ ସମୁଦାୟ ଏଡେଇ ହେବ ନାହିଁ ା ୨୦୧୪ ମସିହା ମଇ ୨୧ ତାରିଖର ଘଟଣା ଆମ ପାଇଁ ଏକ ସତର୍କ ଘଣ୍ଟି ା ସେଦିନର ଭୂକମ୍ପନ ତୀବ୍ରତା ଯାହା ଥିଲା, ଯଦି ସେହି ତୀବ୍ରତାର କମ୍ପନ ୨ ମିନିଟରୁ ଅଧିକ ସମୟ ଅନୁଭୂତ ହେଇଥାଆନ୍ତା, ତେବେ ଓଡ଼ିଶାବାସୀଙ୍କୁ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡିଥାଆନ୍ତା ା ଯେମିତି ୨୦୦୧ ମସିହାରେ ଲାଟୁର ଓ ୧୯୯୭ ମସିହାରେ ଜବଲପୁର ଭୂମିକମ୍ପ ଆମର ଅନୁମାନକୁ ଭୁଲ୍‌ ପ୍ରମାଣିତ କଲା, ଆଗକୁ ଆହୁରି ସେଭଳି ପରିସ୍ଥିତିକୁ ଏଡେଇ ପାରିବା ନାହିଁ । ଆଜି ଓଡ଼ିଶାରେ ଘଣ୍ଟି ବାଜି ସାରିଛି । ଆଗକୁ ଏଠାରେ ବଡ ଧରଣର ଭୂମିକମ୍ପ ସମ୍ଭାବନାକୁ ସମୁଦାୟ ଏଡେଇ ପାରିବା ନାହିଁ ା
ଭୂମିକମ୍ପର ପୂର୍ବାନୁମାନ
ପୃଥିବୀରେ ଭୂମିକମ୍ପ କେତେବେଳେ ଅନୁଭୂତ ହେବ ଓ କେଉଁ ଅଞ୍ଚଳରେ ହେବ, ତାହାର ପୂର୍ବାନୁମାନ ଆମେ କରିପାରିବା ନାହିଁ ା ଆମର ଗବେଷଣା ସେହି କ୍ଷେତ୍ରରେ ସଫଳତା ପାଇପାରି ନାହିଁ ା ତେବେ ଭୂମିକମ୍ପ ସମୟରେ ଆମର ସଚେତନତା ଓ ସତର୍କତା ବଳରେ ଆମେ ଧନଜୀବନ ହାନିକୁ କିଛି ମାତ୍ରାରେ କମ୍‌ କରି ପାରିବା ା ଅତି କମ୍‌ରେ ନିଜର ଜୀବନ ହୁଏତ ବଞ୍ଚେଇ ପାରିବା ା ସବୁଠାରୁ ବଡ କଥା, ଭୂମିକମ୍ପ ସମୟରେ ଘର ଭିତରେ ନ ରହି ହଠାତ୍‌ ବାହାରକୁ ବାହାରି ଆସିବା ଜରୁରୀ ା ଯଦି ଘରୁ ବାହାରିବା ସମ୍ଭବ ନୁହେଁ, ତା’ହେଲେ ଘର ଭିତରେ କବାଟ ଓ ଝରକାଠାରୁ ଦୂରରେ ରହିବା ଉଚିତ କିମ୍ବା ଶକ୍ତ ଟେବୁଲ ତଳେ ବସିରହିବା ଉଚିତ ା ପରେ ସୁବିଧା ଦେଖି ସତର୍କତାର ସହିତ ବାହାରକୁ ଚାଲିଆସିବା ଉଚିତ ା ଉଚ୍ଚ କୋଠାଘରେ ରହୁଥିଲେ ସେତେବେଳେ ଲିଫ୍‌ଟ୍‌ ସାହାଯ୍ୟରେ ତଳକୁ ନ ଆସି ପାହାଚରେ ଚାଲି ଚାଲି ଆସିବା ଦରକାର ା କାରଣ, ଭୂକମ୍ପନ ସମୟରେ ବିଜୁଳି ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ା ବାହାରେ ଥିଲେ ବଡ ଗଛ ଓ ବିଜୁଳିଖମ୍ବଠାରୁ ଦୂରରେ ରହିବା ଉଚିତ ା ଭୂମିକମ୍ପ ସମୟରେ କାର ଭିତରେ ଥିଲେ ଖୋଲା ଜାଗା ଦେଖି ସଙ୍ଗେ ସଙ୍ଗେ ଗାଡିକୁ ରଖିଦେବା ଉଚିତ ା ଆମେ ଭୂକମ୍ପନ ଅନୁଭବ କରିବା ଆଗରୁ ପ୍ରାଣୀମାନେ ତାହା ଅନୁଭବ କରିପାରନ୍ତି ଓ ଅଜବ ବ୍ୟବହାର ପ୍ରଦର୍ଶନ କରନ୍ତି ା ସେମାନେ ଉଚ୍ଚସ୍ବରରେ ରଡି କରନ୍ତି ା ସରୀସୃପମାନେ ଗାତରୁ ବାହାରି ଆସନ୍ତି ଓ ପକ୍ଷୀମାନେ କିଚିରିମିଚିରି ଶବ୍ଦ କରି ଆକାଶରେ ଉଡନ୍ତି ା ସେମିତିକା କିଛି ଆଗୁଆ ସୂଚନା ପାଇ ଆମେମାନେ ସତର୍କତା ଅବଲମ୍ବନ କରିପାରିଲେ ଆହୁରି ଭଲ ା

-ଡ. କମଳାକାନ୍ତ ଜେନା
ଓଡ଼ିଶା ଶିକ୍ଷା ସେବା-ଏ (ଫିଜିକ୍‌ସ୍‌), ବିଜ୍ଞାନ ଏକାଡେମୀ ସଦସ୍ୟ,
ସହକାରୀ ପ୍ରଫେସର, ଭଦ୍ରକ ସ୍ବୟଂଶାସିତ (ସରକାରୀ) କଲେଜ, ଫୋନ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri