Categories: ଜାତୀୟ

ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ,୨୧।୩: ଗୁରୁବାର ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଦେଶର ପଶ୍ଚିମ ରାଜ୍ୟ ମହାରାଷ୍ଟ୍ରରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମାପ ହୋଇଥିବାବେଳେ ଉତ୍ତର-ପୂର୍ବର ଅରୁଣାଚଳରେ ଘଟିଥିବା ଭୂକମ୍ପ ୩.୭ ତୀବ୍ରତା ରହିଛି। ଭୂକମ୍ପ ଯୋଗୁ ଏ ପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମହାରାଷ୍ଟ୍ରରେ ସକାଳ ୬.୦୮ରେ ଭୂକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ହିଙ୍ଗୋଲିରେ ୧୦ କିଲୋମିଟର ଗଭୀରରେ ଥିଲା। ସେହିପରି ଅରୁଣାଚଳ ପ୍ରଦେଶରେ ୫.୧୩ରେ ଭୂକମ୍ପ ଅନୁଭୂତ ହୋଇଥିଲା।

Share