Categories: ଜାତୀୟ

ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, ୧୩।୬: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ମାପ କରାଯାଇଛି। ସୂଚନାନୁସାରେ, ଚାଇନା ଏବଂ ପାକିସ୍ତାନ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ର ପାକିସ୍ତାନ ବୋଲି କୁହାଯାଉଛି। ତେବେ ସରକାରୀ ସୂଚନାକୁ ଅପେକ୍ଷା କରାଯାଇଛି।

Share