Categories: ଜାତୀୟ

ଥରିଲା ରାଜଧାନୀ

ନୂଆଦିଲ୍ଲୀ,୧୫।୧୦: ରାଜଧାନୀ ଦିଲ୍ଲୀରେ ରବିବାର ଅପରାହ୍ନ ୪.୮ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ଥିଲା। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଲେ। ଏନସିଆରର ଫରିଦାବାଦ, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା ଏବଂ ଗୁରୁଗ୍ରାମରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

Share