Categories: ଜାତୀୟ

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୮।୧୨: ମଣିପୁର ପରେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପ ତୀବ୍ରତା ଏପର୍ଯ୍ୟନ୍ତ ଜଣାପଡି ନାହିଁ। କିନ୍ତୁ ମଧ୍ୟ ଧରଣରୁ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଦିଲ୍ଲୀ ସମେତ ନୋଏଡା ଏବଂ ଗାଜିଆବାଦରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଗୁରୁବାର ରାତିରେ ମଣିପୁରରେ ମଧ୍ୟ ଭୂକମ୍ପ ଝଟ୍‌କା ଲାଗିଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ମପାଯାଇଥିଲା।

Share