Categories: ଜାତୀୟ

ଉତ୍ତର ପ୍ରଦେଶରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୫୨

ଲକ୍ଷ୍ନୌ,୨୦ ।୮: ଉତ୍ତର ପ୍ରଦେଶର ଲକ୍ଷ୍ନୌ, ସୀତାପୁର ସମେତ କିଛି ସ୍ଥାନରେ ଶୁକ୍ରବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୁତ ହୋଇଛି । ରାତି ପ୍ରାୟ ୧ଟା ୧୬ରେ ଅନୁଭୁତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫,୫୨ ଥିବା କୁହାଯାଇଛି । ଏହାର କେନ୍ଦ୍ର ଲକ୍ଷ୍ନୌଠାରୁ ୧୩୯ କିଲୋମିଟର ଦୂର ଉତ୍ତର-ଉତ୍ତର ପୂର୍ବରେ ୮୨ କିଲୋମିଟର ଗଭିରରେ ବୋଲି କୁହାଯାଇଛି ।
ଭୂକମ୍ପରେ ଧନ ଜୀବନ କ୍ଷୟ ହୋଇଥିବାର କୌଣସି ସୂଚନା ମିଳିନାହିଁ । ତେବେ ଭୂକମ୍ପ ହେଉଥିବା ଜାଣିବା ପରେ ଲୋକେ ଡରିଯାଇ ଘର ବାହାରକୁ ଚାଲି ଆସିଥିଲେ । ଏପଟେ ଜନ୍ମାଷ୍ଟମୀ ପାଳନ କରୁଥିବା ଲୋକେବି ପେଣ୍ଡାଲ ଛାଡି ଚାଲି ଆସିଥିଲେ । ଏହାର ଝଟକା ଏତେ ଥିଲା ଯେ ଘରେ ଥିବା ଚେୟାର ଟେବୁଲ, କୁଲର, ଫ୍ରିଜ ବି କିଛି ସମୟ ପର୍ଯ୍ୟନ୍ତ ହଲୁଥିଲା ।

Share