ତୁର୍କୀରେ ପୁଣି ଭୂକମ୍ପ ଝଟକା: ନିରାପଦ ସ୍ଥାନ ଯିବାକୁ ଏୟାରଲାଇନ୍ସର ମାଗଣା ଟିକେଟ ଘୋଷଣା

ଆଙ୍କାରା,୧୩।୨: ତୁର୍କୀର କାରାମାନ୍ମାରସ ସହରରେ ରବିବାର ରାତିରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ଭୂଗର୍ଭର ୨୪ କି.ମି. ଅଭ୍ୟନ୍ତରରେ ଏହି ଭୂକମ୍ପ ସଂଘଟିତ ହୋଇଥିବା ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରହିିଛି।

ଅନ୍ୟପକ୍ଷେ ଭୂମିକମ୍ପ ଅଞ୍ଚଳ ଛାଡି ନିରପଦ ଅଞ୍ଚଳକୁ ଲୋକଙ୍କ ଯିବା ପାଇଁ ରବିବାର ତୁର୍କୀ ଏୟାରଲାଇନ୍ସ ଏବଂ ପେଗାସସ୍‌ ଏୟାରଲାଇନ୍ସ ମାଗଣାରେ ଟିକେଟ ଯୋଗାଇଦେବାକୁ ଘୋଷଣା କରିଛି। ଏନେଇ ବିମାନ ବନ୍ଦରରେ ଲୋକଙ୍କ ଗହଳି ଲାଗି ରହିଛି। ଏପରିକି ଭୂକମ୍ପ ପ୍ରଭାବିତ ଜନସାଧାରଣଙ୍କୁ କଲେଜ, ବିଶ୍ବବିଦ୍ୟାଳୟ ହଷ୍ଟେଲ ଏବଂ ଟୁରିଷ୍ଟ ରିସର୍ଟରେ ଆଶ୍ରୟ ଦିଆଯାଉଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ତୁର୍କୀରେ ସଂଘଟିତ ୭.୮ ତୀବ୍ରତାବିଶିଷ୍ଟ ପ୍ରଳୟଙ୍କରୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ବର୍ତ୍ତମାନ ୩୪ ହଜାର ଟପିଲାଣି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।

Share