Categories: ଜାତୀୟ

୧୫ ମିନିଟ୍‌ରେ ୩ଥର ଥରିଲା ଜୟପୁର

ଜୟପୁର,୨୧।୭: ରାଜସ୍ଥାନର ରାଜଧାନୀ ଜୟପୁରରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଜୟପୁରରେ ଭୋର ୪.୦୯ ରୁ ୪.୨୫ ମଧ୍ୟରେ ତିନି ଥର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଲୋକମାନେ ଭୟରେ ଘରୁ ବାହାରି ରାସ୍ତାରେ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳକୁ ଅରବାଲି ପାହାଡରେ ବୋଲି କୁହାଯାଇଛି। ଜୟପୁରରେ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୪ ଥିଲା।
ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା ଏବଂ ଲୋକମାନେ ସେମାନଙ୍କ ଘରୁ ବାହାରକୁ ଆସିଥିଲେ। ଏହି ଭୂକମ୍ପ ଯୋଗୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଏହାପୂର୍ବରୁ ମାର୍ଚ୍ଚ ୨୧ ଏବଂ ଜାନୁଆରୀ ୨୪ରେ ଜୟପୁର ଏବଂ ରାଜସ୍ଥାନର ଅନ୍ୟାନ୍ୟ ଜିଲାରେ ଭୂକମ୍ପ ଅନୁଭୂତ ହୋଇଥିଲା।

Share