Categories: ଜାତୀୟ

ମୋରୋକୋ ପରେ ତ୍ରିପୁରାରେ ଭୂକମ୍ପ ଝଟ୍‌କା, ତୀବ୍ରତା ୪.୪

ଅଗରତାଲା,୯।୯: ମୋରୋକୋରେ ଭୟଙ୍କର ଭୂକମ୍ପ ପରେ ଶନିବାର ଭାରତର ତ୍ରିପୁରାରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଛି। ରାଜ୍ୟର ଧର୍ମନଗରର ୭୨ କିମି ଉତ୍ତରପୂର୍ବରେ ଅପରାହ୍ନ ୩.୩୮ରେ ଲୋକେ ଭୂକମ୍ପ ଝଟ୍‌କା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିରେ କୌଣସି ଜନଜୀବନ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

Share