Categories: ଜାତୀୟ

ଥରିଲା ଜମ୍ମୁକଶ୍ମୀର

ଶ୍ରୀନଗର,୮।୧୧: ଜମ୍ମୁକଶ୍ମୀରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ସନ୍ଧ୍ୟା ୬.୫୬ରେ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୦ ଥିଲା। ଭୂକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ଭୂକମ୍ପରେ କୌଣସି ପ୍ରକାରର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ମିଳିନାହିଁ। ଏହାପୂର୍ବରୁ ଶନିବାର ଜମ୍ମୁକଶ୍ମୀରର ପହଲଗାମରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ରେ ମାପ କରାଯାଇଥିଲା।

Share