ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ଭଗ୍ନାବଶେଷ ତଳେ ପୋତିହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ୨୦୧୫ ଗୋର୍ଖା ଭୂକମ୍ପର ଏହା ପଶ୍ଚାତ୍‌ କମ୍ପନ ବୋଲି କୁହାଯାଉଛି। ୨୦୧୫ ଏପ୍ରିଲରେ ୭.୮ ତୀବ୍ରତାର ଭୂକମ୍ପ ହୋଇଥିଲା, ଯେଉଁଥିରେ ପ୍ରାୟ ୯,୦୦୦ ଲୋକ ପ୍ରାଣ ହରାଇଥିଲେ ଓ ୮ ଲକ୍ଷ ଘର ଭାଙ୍ଗିଥିଲା।

Share