ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ଜଣାଯାଇଛି। ଇଣ୍ଡୋନେସିଆର ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମାମ୍ବେରାମୋ ଜିଲାର ୱେଷ୍ଟ ପାପୁଆ ସହରଠାରୁ ୩୭ କିମି ଦୂରତାରେ ୧୬ କିମି ଗଭୀରତାରେ ୪ଟି ଭୂକମ୍ପ କେନ୍ଦ୍ରୀଭୂତ ହୋଇଛି। ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

Share