ସହଜରେ ଛଡ଼ାନ୍ତୁ ଟାଟୁ ଦାଗ

ଟେମ୍ପରାରୀ ଟାଟୁ ସାଧାରଣତଃ କିଛି ଦିନ ପରେ ଆପେ ଆପେ ଛାଡ଼ି ଯାଇଥାଏ। କିନ୍ତୁ ଏହାକୁ ଅତିଶୀଘ୍ର ଛଡ଼ାଇବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

ବଡି ସ୍କ୍ରବ ମାଧ୍ୟମରେ ଟେମ୍ପରାରୀ ଟାଟୁକୁ ସହଜରେ ଛଡାଇ ହେବ। ତେଣୁ ଅଧାକପ୍‌ କଫିରେ ଅଧାକପ୍‌ ନଡିଆ କିମ୍ବା ଜଡାତେଲ ମିଶାଇ ସ୍କ୍ରବ କରନ୍ତୁ। ମାର୍କେଟରେ ମିଳୁଥିବା ବଡିସ୍କ୍ରବ ମଧ୍ୟ ବ୍ୟବହାର କରିପାରିବେ। ତେବେ ସପ୍ତାହକୁ ଥରେ ବଡ଼ି ସ୍କ୍ରବ କରନ୍ତୁ।
ମାଉଥୱାଶ୍‌କୁ ନେଇ ଟାଟୁ ଦାଗ ଉପରେ ଲଗାନ୍ତୁ। କିଛି ସମୟ ଘଷିବା ପରେ ଧୀରେ ଧୀରେ ଟାଟୁ ଛାଡ଼ି ଆସିଲେ ପାଣିରେ ଧୋଇ ଦିଅନ୍ତୁ।
ଟାଟୁ ଦାଗ ଶୀଘ୍ର ଛଡ଼ାଇବା ପାଇଁ କୋଲ୍ଡ କ୍ରିମ୍‌ ଲଗାନ୍ତୁ। କ୍ରିମ୍‌ ଲଗାଇବାର ୧୦ ମିନିଟ୍‌ ପରେ କପଡ଼ାରେ ପୋଛି ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ନେଲପଲିସ୍‌ ରିମୁଭରକୁ ତୁଳାରେ ବୁଡାଇ ଟାଟୁ ଦାଗରେ ଲଗାଇଲେ ଅନେକାଂଶରେ ଟାଟୁର ଦାଗ ଛାଡି ଯାଇଥାଏ। କିନ୍ତୁ ସେନସିଟିଭ୍‌ ତ୍ୱଚା ହୋଇଥିଲେ ରିମୁଭର ଲଗାଇବା ଉଚିତ୍‌ ନୁହେଁ।
ଟାଟୁ ଛଡାଇବାକୁ ଚାହୁଁଥିଲେ ସେହି ସ୍ଥାନରେ ବେବି ଅଏଲ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଏହାପରେ ହାତରେ ଧୀରେ ଧୀରେ ଘଷି ମାଲିସ୍‌ କରନ୍ତୁ। ଟାଟୁ ଦାଗ ଛାଡ଼ିବା ସହଜ ହେବ।
ଘରୋଇ ଉପାୟରେ ଟାଟୁ ଛଡାଇବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ଶୀଘ୍ର ଟାଟୁ ଛଡାଇବା ପାଇଁ ଚାହୁଁଥିଲେ ଟାଟୁ ରିମୁଭାଲ ୱାଇପ୍‌ସର ସାହାଯ୍ୟ ନେଇପାରିବେ।