ଚାଇନାକୁ ଟାର୍ଗେଟ କଲେ ଜୟଶଙ୍କର

ଜାକର୍ତ୍ତା,୧୪।୭: ବର୍ହି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଚାଇନାକୁ ଟାର୍ଗେଟ କରି କହିଛନ୍ତି, ପୂର୍ବ ଏସିଆ ଶିଖର ସମ୍ମିଳନୀ (ASEAN)କୁ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଜଣାଇ ଏକ ସ୍ବତନ୍ତ୍ର, ଖୋଲା, ଅନ୍ତର୍ଭୂକ୍ତ ଏବଂ ନିୟମ ଭିତ୍ତିକ ହିନ୍ଦ-ପ୍ରଶାନ୍ତ ପାଇଁ ପ୍ରତିଶ୍ରୁତି ଦେବା ଆବଶ୍ୟକ। ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଅନୁଷ୍ଠିତ ୧୩ ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ବୈଠକକୁ ସମ୍ବୋଧିତ କରିଥିଲେ।

ଜୟଶଙ୍କର କହିଛନ୍ତି ଯେ ଏସିଆନ ହେଉଛି ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ହିନ୍ଦ-ପ୍ରଶାନ୍ତର ବ୍ୟାପକ ଦୃଷ୍ଟିକୋଣ। ଏହା ହିନ୍ଦ-ପ୍ରଶାନ୍ତ ଅଗ୍ରଗତି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ କହିଛନ୍ତି ଯେ ଭାରତ ଏସିଆନକୁ ଦୃଢ ସମର୍ଥନ କରୁଛି।

Share