Posted inଖେଳ

ସେମିଫାଇନାଲରେ ପହଞ୍ଚିଲା ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର, ୨୦।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ। ଅନୁଷ୍ଠିତ ଗ୍ରୁପ୍‌ ‘ଏ’ର ଡର୍ବି ମ୍ୟାଚରେ ଇଷ୍ଟ ବେଙ୍ଗଲ ୩-୧ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନ ବାଗାନ ସୁପର ଜାଏଣ୍ଟକୁ ହରାଇ ନକ୍‌ ଆଉଟ ପ୍ରବେଶକୁ ନିଶ୍ଚିତ କରିଛି। ୨୪ ତାରିଖରେ ହେବାକୁଥିବା ସେମିଫାଇନାଲରେ ଇଷ୍ଟ ବେଙ୍ଗଲ ଗ୍ରୁପ୍‌ ‘ବି’ର ଟପ୍ପର ଦଳ ଜାମସେଦପୁର ଏଫ୍‌ସିକୁ ଭେଟିବ। ଇଷ୍ଟ ବେଙ୍ଗଲ ୩ ମ୍ୟାଚରୁ ୯ ପଏଣ୍ଟ ପାଇଥିବାବେଳେ ମୋହନ ବାଗାନ ୩ ମ୍ୟାଚରୁ ୬ ପଏଣ୍ଟ ସହ ଲିଗ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରିଛି।

ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ମ୍ୟାଚ ସ୍ବାଭାବିକ ଭାବେ ଆରମ୍ଭରୁ ରୋମାଞ୍ଚକ ହୋଇଥିଲା। ଉଭୟ ଦଳର ଅନେକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପ୍ରଥମ କିଛିଭାଗ ଖେଳ ଗୋଲଶୂନ୍ୟ ରହିବାପରେ ୧୯ତମ ମିନିଟରେ ପ୍ରଥମ ଗୋଲଟି ସ୍କୋର କରି ମୋହନ ବାଗାନକୁ ଅଗ୍ରଣୀ ଦେଇଥିଲେ ହେକ୍ଟର ୟୁଷ୍ଟି କାଣ୍ଟନ।

ମାତ୍ର ଦଳ ଏଥିରୁ ବିଶେଷ ଫାଇଦା ଉଠାଇ ପାରି ନ ଥିଲା। ୨୪ତମ ମିନିଟରେ ଗୋଲଟି ପରିଶୋଧ କରି ଦେଇଥିଲେ ଇଷ୍ଟ ବେଙ୍ଗଲର କ୍ଲେଇଟନ ଅଗୁଷ୍ଟୋ ଓଲିଭେରା ସିଲ୍‌ଭା। ପ୍ରଥମାର୍ଦ୍ଧରେ ମ୍ୟାଚ ୧-୧ ସ୍ଥିତିରେ ରହିବାରୁ ଦ୍ୱିତୀୟାର୍ଦ୍ଧ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୬୩ତମ ମିନିଟରେ ଇଷ୍ଟ ବେଙ୍ଗଲର ଅଗ୍ରଣୀ ବ୍ୟବଧାନକୁ ୨-୧ରେ ପରିଣତ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ ନନ୍ଦ କୁମାର।

ମୋହନ ବାଗାନ ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ୮୦ତମ ମିନିଟରେ ସିଲ୍‌ଭା ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ତୃତୀୟ ଗୋଲଟି ଦେଇ ଇଷ୍ଟ ବେଙ୍ଗଲର ବିଜୟକୁ ଏକପ୍ରକାର ନିଶ୍ଚିତ କରି ଦେଇଥିଲେ। ନିର୍ଦ୍ଧାରିତ ୯୦ ମିନିଟ ଏବଂ ୭ ମିନିଟର ଇଞ୍ଜୁରି ଟାଇମ୍‌ରେ ମୋହନ ବାଗାନ ଆଉ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇ ନ ଥିଲା। ଫଳରେ ଷ୍ଟାଡିୟମରେ ଉପସ୍ଥିତ ଏହାର ପ୍ରଶଂସକଙ୍କ ମଧ୍ୟରେ ନୀରବତା ଛାଇ ଯାଇଥିବାବେଳେ ଇଷ୍ଟ ବେଙ୍ଗଲ ସମର୍ଥକମାନେ ନିଆଁ ହୁଳା ଜଳାଇ ଖୁସି ମନାଇଥିଲେ। ମ୍ୟାଚର ଶେଷ ହ୍ବିସିଲ ବାଜିବା ମାତ୍ରେ ଖେଳାଳିମାନେ ମଧ୍ୟ ଦର୍ଶକଙ୍କ ନିକଟକୁ ଦୌଡ଼ିଆସି ଖୁସି ମନାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri