ମୋତିହାରୀ,୧୫।୪: ବିହାରର ମୋତିହାରୀରେ ବିଷାକ୍ତ ମଦ ମୃତ୍ୟୁ କମିବାର ନାଁ ନେଉନି। ସନ୍ଦିଗ୍ଧ ପରିସ୍ଥିତିରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ୪ ଡଜନରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ଅଛନ୍ତି। ସମସ୍ତେ ବିଷାକ୍ତ ମଦ ପିଇଥିବା ଅନୁମାନ କରାଯାଉଛି। ଘଟଣାକୁ ଗୁରୁତର ସହ ନେଇ ଜିଲାପାଳ ସୌରଭ ଜୋରଓ୍ବାଲା ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।
ସଦର ଓ ଅରେରାଜର ଅନୁମଣ୍ଡଳ ପଦାଧିକାରୀଙ୍କୁ ସଂପୃକ୍ତ ଗାଁକୁ ଯାଇ ଯାଞ୍ଚ ରିପୋର୍ଟ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ଟିମ ସଂପୃକ୍ତ ଗାଁକୁ ଯାଇଛନ୍ତି। ମଦ ସେବନ ଘଟଣାର ଅନୁସନ୍ଧାନ ପାଇଁ ପ୍ରଡକ୍ଟ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି। ଗତ ୨୪ ଘଣ୍ଟାର ମୃତ୍ୟୁ ସଂଖ୍ୟାକୁ ଦେଖିଲେ ତୁରକୋଲିଆରେ ୪, ସୁଗୌଲିରେ ୫, ପହାଡପୁରରେ ୨ ଓ ହରସିଦ୍ଧିରେ ୩ ଜଣଙ୍କ ମୃତ୍ୟୁ ହୋଇଛି।