ପୂର୍ବ କଙ୍ଗୋରେ ଫୁଟିଲା ଗୁଳି ୯ ଶିଶୁ ସମେତ ୧୩ ମୃତ

ଗୋମା,୨୩।୭: ପୂର୍ବ ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିବା ଜଣାପଡିଛି। ଶନିବାର ରାତିରେ ପୂର୍ବ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଜଣେ ଯବାନ ତାଙ୍କ ମୃତ ଶିଶୁକୁ ଶୋକ କରିବା ପାଇଁ ଏକତ୍ରିତ ହୋଇଥିବା ଲୋକଙ୍କ ଉପରକୁ ଗୁଳି ଚଳାଇବାରୁ ନଅ ଜଣ ଶିଶୁଙ୍କ ସମେତ ଅତି କମରେ ୧୩ ଜଣଙ୍କର ମତ୍ୟୁ ଘଟିଛି ବୋଲି ସେନା ଏବଂ ଜଣେ ସ୍ଥାନୀୟ ଅଧିକାରୀ ରବିବାର କହିଛନ୍ତି।
ସୂଚନାଯୋଗ୍ୟ, କଙ୍ଗୋର ପୂର୍ବ ଇଟୁରି ପ୍ରଦେଶର ଆଲବର୍ଟ ହ୍ରଦ କୂଳରେ ଅବସ୍ଥିତ ନାଇକୋଭା ଗ୍ରାମରେ ଏହି ଗୁଳିକାଣ୍ଡ ହୋଇଛି। ଇଟୁରୀ ସେନା ମୁଖପାତ୍ର ଜୁଲେସ ନଗୋଙ୍ଗୋ ଟେଲିଫୋନ ଯୋଗେ କହିଛନ୍ତି ଯେ ଯବାନ ଜଣଙ୍କ ତାଙ୍କ ଆଖପାଖରେ ଥିବା ସମସ୍ତଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ଏକ ଡଜନ ଲୋକଙ୍କର ମୃତ୍ୟୁ ଘଟିଥିଲା।

Share