ଗଡ଼ିବ ଆଉ ୪ ସ୍ପେଶାଲ ଟ୍ରେନ୍‌, ବନ୍ଦ ହେବ ୫

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ପୂର୍ବତଟ ରେଲୱେ ପକ୍ଷରୁ ଆହୁରି ୪ଟି ସ୍ପେଶାଲ ଟ୍ରେନ ଚାଲିବ। ବିଶାଖାପାଟଣା-ରାୟଗଡ଼ା, ପଲାସା-ବିଶାଖାପାଟଣା, ପଲାସା-ଭୁବନେଶ୍ୱର, ଏବଂ ସମ୍ବଲପୁର-ରାୟଗଡ଼ା ସ୍ପେଶାଲ ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି।
ସେପଟେ ଯଥେଷ୍ଟ ଯାତ୍ରୀ ହେଉ ନ ଥିବାରୁ ଆଉ ୫ ଯୋଡ଼ା ଟ୍ରେନ ବାତିଲ ହେବ। ଭୁବନେଶ୍ୱର-ବାଙ୍ଗିରିପୋଷି, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ, ବିଶାଖାପାଟଣା-ବିଜୟଓୱାଡ଼ା, ପୁରୀ-ହାଓୱଡ଼ା ଟ୍ରେନ୍‌ ବାତିଲି ପାଇଁ ନିଷ୍ପତି ନିଆଯାଇଛି।

Share