ପୂର୍ବୋଦୟ ବିକାଶ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସହଭାଗିତାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଗ୍ଲୋବାଲ ଟ୍ରେଡ୍‌ ଶୋ’ ରିସର୍ଜେଣ୍ଟ ଓଡ଼ିଶା-୨୦୨୪ର ଶୁଭାରମ୍ଭ ଶୁକ୍ରବାର ହୋଇଯାଇଛି। ୨୦୨୪ ଅଗଷ୍ଟ ୩୦ରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଟ୍ରେଡ୍‌ ଶୋ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।
ରିସର୍ଜେଣ୍ଟ ଓଡ଼ିଶା-୨୦୨୪କୁ ଉଦ୍‌ଘାଟନକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୪ ଭାଗରୁ ୩ଭାଗ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। ସାଧାରଣ ଶିକ୍ଷା ସହ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ରାଜ୍ୟର ଛାତ୍ରମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଶିଳ୍ପାୟନ ସହ ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ ବିକାଶ ଉପରେ ଜୋର ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ପୂର୍ବୋଦୟ ବିକାଶରେ ଓଡ଼ିଶା ସବୁଠୁ ଆଗରେ ରହିବ। ଏପରିକି ଶିଳ୍ପ ସଂସ୍ଥା ଲାଗି ଭିତ୍ତିଭୂମି ବିକାଶ କରିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ, ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଲାଗି ଶିଳ୍ପ ସଂସ୍ଥାଗୁଡ଼ିକୁ ଆଗକୁ ଆସିବା ସହ ରାଜ୍ୟରେ ଶିଳ୍ପସଂସ୍ଥା ସ୍ଥାପନ କରିବାକୁ ଚାହଁୁଥିବା କମ୍ପାନୀଗୁଡ଼ିକୁ ବିନା ମୂଲ୍ୟ ଓ ଲିଜ୍‌ ଜରିଆରେ ଜମି ଦେଲେ ଶିଳ୍ପ ସ୍ଥାପନ ପ୍ରକ୍ରିୟା ଆହୁରି ତ୍ୱରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ୨୦୨୯ ସୁଦ୍ଧା ଦେଶ ଭିତରୁ ୨.୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ ୨ ବିଲିଅନ ଡଲାର ଏଫ୍‌ଡିଆଇ ଆଣିବାର ମଧ୍ୟ ଯୋଜନା ରହିଛି।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ, ଶିଳ୍ପାୟନ ନିଯୁକ୍ତି ସୃଷ୍ଟି ଭିତ୍ତିକ ହେବା ଦରକାର। ଯେଉଁ ପ୍ରକାର ଶିଳ୍ପସଂସ୍ଥା ସ୍ଥାପନ ହେଉ ନା କାହିଁକି ତାହା ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଦରକାର ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।
ୟୁସିସିଆଇଏଲ୍‌ ସଭାପତି ଡ. ବ୍ରହ୍ମା ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ ସହ ଚାମ୍ବରର ଇତିହାସ ଓ କାର୍ଯ୍ୟଧାରା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ଏହି ଟ୍ରେଡ୍‌ ଶୋ’ରେ ଆୟୋଜନ ହେବାକୁ ଥିବା ବିଭିନ୍ନ କର୍ମଶାଳା ଓ ସେମିନାରରୁ ଯେଉଁ ନିଷ୍କର୍ଷ ବାହାରିବ, ତାହାକୁ ନେଇ ଏକ ଶ୍ୱେତପତ୍ର ପ୍ରସ୍ତୁତକରି ରାଜ୍ୟ ସରକାରଙ୍କ ବିଚାର ଲାଗି ଉପସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଅବସରରେ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଡାଇରେକ୍ଟର ଅତନୁ ଭୌମିକ, ୱେଲ୍‌ସ୍ପୁନ ଅଧ୍ୟକ୍ଷ ଚିନ୍ତନ ଠାକର, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ ଅର୍ଦ୍ଧେନ୍ଦୁ ମହାପାତ୍ର, ରିସର୍ଜେଣ୍ଟ ଓଡ଼ିଶା-୨୦୨୪ ସଭାପତି ପ୍ରବୋଧ ମହାନ୍ତି, ଏମ୍‌ସିଏଲ୍‌ ନିର୍ଦ୍ଦେଶକ (ଫାଇନାନ୍ସ) ଅଜିତ କୁମାର ବେହୁରା, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ଏମ୍‌ଡି ଡା. ସନକ ମିଶ୍ର, ୟୁଏସ୍‌ଏର ଗୋବର୍ଦ୍ଧନ ପଟେଲ, କିସ୍‌ ଚାନ୍‌ସେଲର ଏବଂ ଏକ ସ୍ଥାୟୀ ବିଶ୍ୱ ପାଇଁ ବିଶ୍ୱସ୍ତରୀୟ ଚୁକ୍ତି, ୟୁଏନ୍‌ଇପି ସେକ୍ରେଟାରି ଜେନେରାଲ ସତ୍ୟସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri