Categories: ବାଣିଜ୍ୟ

ପୂର୍ବାଞ୍ଚଳର ଶକ୍ତି ଉତ୍ପାଦନ ୮% ବୃଦ୍ଧି

କୋଲକାତା,୧୮ା୧୦: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର ସୁଦ୍ଧା ଦେଶର ପୂର୍ବ ଭାଗରେ ଶକ୍ତି ଉତ୍ପାଦନ ୮.୪୮% ଅଭିବୃଦ୍ଧି ଘଟିଛି। ଅପରପକ୍ଷରେ ଅନ୍ୟ ପ୍ରାନ୍ତଗୁଡ଼ିକରେ ଶକ୍ତି ଉତ୍ପାଦନ ୫%କମିଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ଡାଟାରୁ ଜଣାପଡିଛି। ସାରା ଦେଶରେ ତାଜପ ବିଦ୍ୟୁତ ଶକ୍ତି ଉତ୍ପାଦନ ୩.୬୪% କମିଛି। ମୋଟ ଶକ୍ତି ଉତ୍ପାଦନ ୨.୯୨% କମିଥିବା ଜଣାପଡ଼ିଛି। କୋଇଲା ଅଭାବ ଯୋଗୁ ଦେଶର କିଛି ପ୍ରାନ୍ତରେ ଶକ୍ତି ସଙ୍କଟ ଦେଖାଯାଇଛି। ଏହି ସମୟରେ ପୂର୍ବାଞ୍ଚଳରେ ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ ୯.୫୪% ଉର୍ଦ୍ଧ୍ୱରେ ରହିଥିବା ବେଳେ ଜଳ ବିଦ୍ୟୁତ ଉତ୍ପାଦନ ଉନ୍ନତ ରହିଛି। ଦେଶର ଉତ୍ତର ଭାଗରେ ମୋଟ ଶକ୍ତି ଉତ୍ପାଦନ ୫.୧୦% ନିମ୍ନରେ ରହିଛି। ସେହିଭଳି ତାଜପ ବିଦ୍ୟୁତ ଉତ୍ପାଦନ ୬.୪୫% କମିଛି। ଉତ୍ତର ଭାଗରେ କେବଳ ଆଣବିକ ଶକ୍ତି ଉତ୍ପାଦନ ୩% ଉର୍ଦ୍ଧ୍ୱରେ ରହିଛି। ପଶ୍ଚିମ ଭାଗରେ ଶକ୍ତି ଉତ୍ପାଦନ ୫% ଏବଂ ଦକ୍ଷିଣ ଭାଗରେ ୫.୧୦% ନିମ୍ନରେ ରହିଛି।

Share