Categories: ଖେଳ

ପୂର୍ବାଞ୍ଚଳ କରାଟେ: ଓଡ଼ିଶାକୁ ୨୪ ସ୍ବର୍ଣ୍ଣ ସହ ୬୨ ପଦକ

ଭୁବନେଶ୍ୱର, ୧୭।୧୦(ତପନ ସ୍ବାଇଁ): କୋଲ୍‌କାତାର ଅମାଲଦୂତ କ୍ରୀଡ଼ାଙ୍ଗନରେ ୩ୟ ପୂର୍ବାଞ୍ଚଳ କରାଟେ ପ୍ରତିଯୋଗିତା ଗତ ୧୪ ଓ ୧୫ ତାରିଖ ଦୁଇଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାରୁ ମୋଟ ୭୧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭଲ ପ୍ରଦର୍ଶନ କରିଥିବା ଓଡ଼ିଶା ୨୪ ସ୍ବର୍ଣ୍ଣ, ୧୩ ରୌପ୍ୟ ଓ ୨୫ ବ୍ରୋଞ୍ଜ ଏହିପରି ମୋଟ ୬୨ଟି ପଦକ ହାସଲ କରିଛି। ରାଜ୍ୟ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିଥିବା କରାଟେକାମାନେ ହେଲେ ଭାଲେନା ଭାଲେଣ୍ଟିନା, ସୁରୋମିତା ସିହ୍ନା, ଜ୍ୟୋତିରଞ୍ଜନ ରାଉତ, ଓମ୍‌ ଶୁଭମ୍‌ ମହାନ୍ତି, ପ୍ରତ୍ୟୁଷ ମହାପାତ୍ର, ତ୍ରିଲୋଚନ ରାଣା, ଭୂମିକା ସିଂ, ବେଦାନ୍ତ ଦାସ, ଅଲିଶା ସୁବୁଦ୍ଧି, ଆର୍ଯ୍ୟା ବଂଶିକା, ସୁରଭି ପଣ୍ଡା, ମେହୁଲ ପରିଡ଼ା, ଗୌତମ ମହାନ୍ତି, ସ୍ମୃତିରେଖା ରୟ, କୁଶଲ ପୋଦ୍ଦାର, ମହମ୍ମଦ ସଦାବ, ଅଭିଯୁକ୍ତା ମିଶ୍ର, ଜନଭି ଦାସ, ଓର୍ଜା ସାମନ୍ତ, ଇଶାନି ପଣ୍ଡା, ଚିତ୍ରାକ୍ସ ଦାସ ଓ ନକାଶ ପୋଦ୍ଦାର। ଏହା ବ୍ୟତୀତ ମହିଳା ସିନିୟର ଟିମ୍‌ କାଟା ଓ ପୁରୁଷ ସିନିୟର ଟିମ୍‌ କାଟାରେ ମଧ୍ୟ ଓଡ଼ିଶା ସ୍ବର୍ଣ୍ଣ ପଦକ ପାଇଛି। ସେହିପରି ରୌପ୍ୟ ପଦକ ଜିତିଥିବା କରାଟେକାମାନେ ହେଲେ ରୋଶନ ସାଇ ପାଲ୍‌, ମୁରଲୀ ସାହୁ, ଆର୍ଯ୍ୟାନ୍ତ ମହାନ୍ତି, ରୋହନ ସାହୁ, ତମନା ମେହେର, ସମ୍ଭବ ପଣ୍ଡା, ରମତେଜ ସାଇ ରେଡ୍ଡୀ, ସମୀକ୍ଷା ମହନ୍ତ, ଆର୍ଯ୍ୟବୀର ନାୟକ, ଅନ୍ନଦିତା ସ୍ବାଇଁ, ବୈଶାଳୀ ପାତ୍ର, ପର୍ଶମିତା ମହାନ୍ତି ଓ ଶ୍ରେୟା କାନୁନ୍‌ଗୋ। ପଦକ ବିଜେତାମାନଙ୍କୁ ଓଡ଼ିଶା କରାଟେ ସଂଘର ସମ୍ପାଦକ ଗୌରୀ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।

Share