Categories: ଜାତୀୟ

ସମସ୍ତଙ୍କ ପାଇଁ ସହଜ ଆଇନ ସେବା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୩୦।୭ : ଆମ ଦେଶର ଲୋକଙ୍କ ପାଇଁ ନ୍ୟା୦ୟ ପାଇବା ଆଜି ମଧ୍ୟ ଏକ ବଡ଼ ଆହ୍ବାନ। ଆଇନସେବାରେ ସମାନତା, ଉତ୍ତରଦାୟିତ୍ୱ ଏବଂ ଆଇନ ସେବାରେ ସହଜ ପ୍ରବେଶ ଆଦି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଆଧାରରେ ସମସ୍ତଙ୍କ ପାଖରେ ଆଇନ ବ୍ୟବସ୍ଥା ପହଞ୍ଚାଇବା ସମ୍ଭବ ହୋଇ ପାରିବ। ସର୍ବ ଭାରତୀୟ ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏଭଳି କହିଛନ୍ତି।

ସେ କହିଛନ୍ତି ଯେ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀରେ ସର୍ବ ଭାରତୀୟ ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଦେଶରେ ଆଇନ ବ୍ୟବସ୍ଥା କିଭଳି ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିବ ସେ ନେଇ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହା ସହିତ ବିଚାରଧୀନ ମାମଲାର ଶୀଘ୍ର ବିଚାର ମଧ୍ୟ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି।

Share