Categories: ଖେଳ

ପାକିସ୍ତାନର ସହଜ ବିଜୟ, ୭ ଓ୍ବିକେଟରେ ହାରିଲା ବାଂଲାଦେଶ…

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୧ତମ ମ୍ୟାଚ ବାଂଲାଦେଶକୁ ପାକିସ୍ତାନ ୭ ଓ୍ବିକେଟରେ ପରାଜିତ କରିଛି।

ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ବୋଲିଂ ଆରମ୍ଭ କରିଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୫.୧ ଓଭରରେ ୧୦ ଓ୍ବିକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲା। ଫଳରେ ପାକିସ୍ତାନ ପାଇଁ ୨୦୫ ରନର ବିଜୟ ଲକ୍ଷ୍ୟ ରହିଥିଲା। ଧାର୍ଯ୍ୟ ଲକ୍ଷର ପିଛା କରି ଟିମ ପାକିସ୍ତାନ ୩୨.୩ ଓଭରରେ ୩ ଓ୍ବିକେଟ ହରାଇ ୨୦୫ ରନ କରିଥିଲା।

Share