ଏସ୍‌ଆର୍‌ଏଚ୍‌ର ସହଜ ବିଜୟ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ସହଜ ବିଜୟ ହାସଲ କରିଛି। ବିଜୟ ପାଇଁ ଆବଶ୍ୟକ ୬୯ ରନ୍‌ର ପିଛା କରି ଏସ୍‌ଆର୍‌ଏଚ୍‌ ୮ ଓଭରରେ ୧ ଓ୍ବିକେଟ ହରାଇ ୭୨ ରନ୍‌ କରିଥିଲା।
ଏସ୍‌ଆର୍‌ଏଚ୍‌ ପକ୍ଷରୁ ଅଭିଷେକ ଶର୍ମା ୨୮ ବଲ୍‌ରେ ୪୭ ରନ୍‌ କରିଥିବାବେଳେ କେନ୍‌ ଓ୍ବିଲମସନ୍‌ ୧୭ ବଲ୍‌ରେ ୧୬ ରନ୍‌ କରିଥିଲେ।

ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏସ୍‌ଆର୍‌ଏଚ୍‌ର ଅଧିନାୟକ କେନ ୱିଲିୟମସନ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ପ୍ରଥମରୁ ଆର୍‌ସିବିର ବ୍ୟାଟିଂରେ ବିପର୍ଯ୍ୟୟ ଘଯିଥିଲା। ଆର୍‌ସିବି ୧୬.୧ ଓଭରରେ ୧୦ ଓ୍ବିକେଟ ହରାଇ ୬୮ ରନ୍‌ କରିଥିଲା। ଏସ୍‌ଆର୍‌ଏଚ୍‌ ପାଇଁ ୬୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଆରସିବି ପକ୍ଷରୁ ବିରାଟ କୋହଲି ପୁଣି ଫ୍ଲପ୍‌ ହୋଇଛନ୍ତି। ସେ ଶୂନରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିବାବେଳେ ଅନୁଜ ରାଓ୍ବତ ଏବଂ ଦିନେଶ କାର୍ତ୍ତିକ ମଧ୍ୟ ଖାତା ଖୋଲି ପାରି ନାହାନ୍ତି। ଗ୍ଲେନ୍‌ ମାକ୍ସ୍‌ ଓ୍ବେଲ୍‌ ୧୧ ବଲ୍‌ରେ ୧୨ ରନ୍‌ କରିଥିବାବେଳେ ସୁୟାଶ ପ୍ରଭୁଦେଶାଇ ୨୦ ବଲ୍‌ରେ ୧୫ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ...

‘ଏହି କ୍ରିକେଟର ହେବେ ଭାରତର ଆଗାମୀ ଅଧିନାୟକ’; ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୯।୧: ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା...

କୋହଲି ଆଉଟ୍‌ ହୋଇଗଲେ ମୁଁ ଖାଏନାହିଁ…ଏମିତି କହି ଫସିଲେ ନାନା ପାଟେକର

ନୂଆଦିଲ୍ଲୀ,୯।୧: ସଦ୍ୟ ସମାପ୍ତ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିଲେ। ଏହା ପରେ କୋହଲି ବାକି ଚାରୋଟି ମ୍ୟାଚରେ ବିଫଳ ହୋଇଥିଲେ।...

କୋହଲି ଅବସର ନେଲେ ଭୁଶୁଡି ପଡ଼ିବ ଟିମ୍‌ ଇଣ୍ଡିଆ: ଚାଞ୍ଚଲ୍ୟକର ଖୁଲାସା କଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ବିରାଟ କୋହଲି ଭାରତୀୟ ଦଳରୁ ବାଦ୍‌ ପଡ଼ିବେ, ସେ ଅବସର ନେବେ ଏବଂ ହୁଏତ କ୍ରିକେଟରୁ ଏକ ଛୋଟ ବିରତି ନେବେ। ଆଜିକାଲି ବିରାଟଙ୍କ...

ଆଉଜଣେ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରୁ ହଟାଇଲେ ସ୍ତ୍ରୀଙ୍କ ଫଟୋ, ପରସ୍ପରକୁ କଲେ ଅନଫଲୋ, ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୯।୧: ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟରଙ୍କ ଛାଡପତ୍ର ହୋଇଛି। ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା...

ଧନଶ୍ରୀଙ୍କ ସହ ଛାଡପତ୍ର ହେଲେ ଚହଲଙ୍କୁ ହେବ ବଡ଼ କ୍ଷତି! ଜାଣନ୍ତୁ ଦୁହିଁଙ୍କ ମଧ୍ୟରୁ ଧନୀ କିଏ

ନୂଆଦିଲ୍ଲୀ,୯।୧: ଚର୍ଚ୍ଚାରେ ଷ୍ଟାର ଦମ୍ପତି। ଭାରତୀୟ କ୍ରିକେଟ ଟିମ୍‌ର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀଙ୍କ ଛାଡପତ୍ର ନେଇ ଜୋର ଧରିଛି ଚର୍ଚ୍ଚା। ପରସ୍ପର ସୋସିଆଲ ମିଡିଆରୁ...

ଆୟକର ବିଭାଗରୁ ଦେଢ ଲକ୍ଷ ଦରମା ପାଆନ୍ତି ଚହଲ! ବିସିସିଆଇ-ଆଇପିଏଲରୁ ମିଳେ ମୋଟା ଅଙ୍କର ଦରମା

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଦଳର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଜୀବନରେ ଅସ୍ଥିରତା ଦେଖାଯାଇଛି। ଚହଲ ତାଙ୍କ ସ୍ତ୍ରୀ ଧନଶ୍ରୀଙ୍କଠାରୁ ଛାଡପତ୍ର ନେଇ ଚର୍ଚ୍ଚାରେ ଅଛନ୍ତି।...

ଛାଡପତ୍ର ଖବର ମଧ୍ୟରେ ପ୍ରଥମ ଥର ମୁହଁ ଖୋଲିଲେ ଧନଶ୍ରୀ ବର୍ମା, କହିଲେ-”ମୋ ଚରିତ୍ର…”

ନୂଆଦିଲ୍ଲୀ,୮ା୧: ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଖବର ଉପରେ ଧନଶ୍ରୀ ଧର୍ମେନ୍ଦ୍ର ଶେଷରେ ନିରବତା ଭାଙ୍ଗିଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରି ଧନଶ୍ରୀ ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri