Categories: ଫୁରସତ

ହାତ ପାଆନ୍ତାରେ ହାର୍ଟ ଆଟାକରୁ ଦୂରେଇ ରହିବାର ସହଜ ଉପାୟ, ଆପଣେଇ ଦେଖନ୍ତୁ…

ମୁମ୍ବାଇ : ଏକ ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ଶୋଇବାରେ ମାତ୍ର ଦେଢ଼ ଘଣ୍ଟା(୯୦ ମିନିଟ) ବିଳମ୍ବ କରିବା ହୃଦୟର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ନିଦ୍ରା ଅଭାବରୁ ବିଭିନ୍ନ ହୃଦୟ ସମ୍ବନ୍ଧୀୟ ରୋଗ ହୋଇପାରେ। ଏହି ଅଧ୍ୟୟନରୁ ଜଣାପଡିଛି ଯେଉଁମାନେ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇଥାନ୍ତି, ସେମାନଙ୍କ ହୃଦଘାତ ହେବାର ସମ୍ଭାବନା କମ ଥାଏ। ନିଦ୍ରାର ଅଭାବ କେବଳ ଆମ ହୃଦୟ ଉପରେ ଖରାପ ପ୍ରଭାବ ପକାଇ ନ ଥାଏ ବରଂ ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରହିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶୋଇବା ସମୟରେ ବିଳମ୍ବ ସେଲ୍ୟୁଲାର କ୍ଷତି, ପ୍ରଦାହ ଏବଂ ହୃଦରୋଗର ଆଶଙ୍କାକୁ ବଢ଼ାଇଥାଏ। ତେଣୁ, ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଦ୍ୱାରା ଭଲ ନିଦ ହେବା ସହିତ ବିଭିନ୍ନ ହାର୍ଟ ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରହି ହୋଇଥାଏ ବୋଲି ଡାକ୍ତରମାନେ ମତପୋଷଣ କରିଛନ୍ତି।

ଶୋଇବାରେ ବ୍ୟାଘାତ ନ ହେବା ପାଇଁ ମାନସିକ ଚାପମୁକ୍ତ ରହିବାକୁ ଚେଷ୍ଟା କରିବା ଆବଶ୍ୟକ। ଏହା ସହିତ ଦୈନିକ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ। ରାତିରେ କେତେକ ଲୋକ ଶୋଇ ଶୋଇ ମୋବାଇଲ ଫୋନ ଦେଖିଥାନ୍ତି ଏଭଳି ଅଭ୍ୟାସ କ୍ଷତିକାରକ। ଏଥିରୁ ଦୂରେଇ ରହିବା ଜରୁରୀ। ସେହିପରି ଡାଏଟ ପ୍ରତି ସଚେତନ ହେବାର ମଧ୍ୟ ଆବଶ୍ୟକତା ରହିଥାଏ। ଏହା ସହିତ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏକଭଳ ଅଭ୍ୟାସ। ଏହା ହାର୍ଟ ସମସ୍ୟାରୁ ଦୂରେଇ ରଖେ।

Share