ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ଆମ ଶରୀର ଭିତରେ କେତେକ କାରଣରୁ ବ୍ୟାକ୍ଟେରିଆ ବସା ବାନ୍ଧିଥାଆନ୍ତି। ବେଳେବେଳେ ଏଗୁଡିକ କିଛି ରୋଗର କାରଣ ମଧ୍ୟ ସାଜିଥାଆନ୍ତି। ତେବେ ଏପରି ଏକ ସରଳ ଉପାୟ ରହିଛି, ଯାହାଦ୍ୱାରା ବ୍ୟାକ୍ଟେରିଆକୁ ରୋକାଯାଇପାରିବ। ଆମେ ତ ଜାଣିଛୁ ଯେ ଆମ ପାଟି ଭିତରେ ଲାଳ କ୍ଷରଣ ହୋଇଥାଏ। ଏହି ଲାଳ ଦ୍ୱାରା ବ୍ୟାକ୍ଟେରିଆକୁ ପ୍ରତିରୋଧ କରାଯାଇପାରିବ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ବ୍ୟାକ୍ଟେରିଆ ଓ ଲାଳ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ପାଟି ଭିତରେ ସୃଷ୍ଟି ହେଉଥବା ଲାଳ ସଂସ୍ପର୍ଶରେ ଆସିବା ଦ୍ୱାରା କେତେକ ବ୍ୟାକ୍ଟେରିଆ ମୃତ୍ୟୁମୁଖରେ ପଡିଥାଆନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।