Categories: ଖେଳ

୬ ଓ୍ବିକେଟରେ ସିଏସକେର ସହଜ ବିଜୟ…

ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)କୁ ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ୬ ଓ୍ବିକେଟରେ ପରାଜିତ କରିଛି।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ସିଏସକେ ୧୭.୪ ଓଭରରେ ୪ ଓ୍ବିକେଟ ହରାଇ ୧୪୦ ରନ କରିଥିଲା।
ସିଏସକେ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୩୦ ରନ କରିଥିବାବେଳେ ଡୋମୋନ କନଓ୍ବେ ୪୪ ରନ, ଅଜିଙ୍କ୍ୟ ରାହାଣେ ୨୧, ଅମ୍ବାତି ରାୟଡୁ ୧୨, ଶିବମ ଦୁବେ ୨୬ , ଧୋନି ୨ ରନ କରିଥିଲେ।

ଏହି ମ୍ୟାଚରେ ଟସ ଜିତି ସିଏସେକେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ବୋଲିଂ କରିବାକୁ ଅଧିନାୟକ ଏମଏସ ଧୋନିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିଲା। ଏମଆଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ଏମଆଇ ୧୩୯ ରନ କରିଛି। ଫଳରେ ସିଏସକେ ପାଇଁ ବିଜୟ ଲକ୍ଷ୍ୟ ୧୪୦ ରନ ରହିଥିଲା।

ଏମଆଇ ପକ୍ଷରୁ ନେହାଲ ଓ୍ବାଧେରା ୬୪ ରନ କରିଥିବାବେଳେ ସୂର୍ଯ୍ୟକୂମାର ଯାଦବ ୨୬ ରନ, ତ୍ରିସ୍ତାନ ଷ୍ଟୂବୋଟ ୨୦ ରନ କରିଥିଲେ।

 

Share