Advertisement

ଇଂଲଣ୍ଡର ସହଜ ବିଜୟ…

ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଇଂଲଣ୍ଡ ଦଳ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୩ ରନ୍‌ର ପିଛା କରି ଇଂଲଣ୍ଡ ୧୮.୧ ଓଭରରେ ୫ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ଇଂଲଣ୍ଡ ୫ ଓ୍ବିକେଟରେ ବିଜୟୀ ହୋଇଛି।

ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଜୋସ୍‌ ବଟଲରଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା। ଅଧିନାୟକ ମହମ୍ମଦ ନବୀଙ୍କ ନେତୃତ୍ୱରେ ଆଫଗାନିସ୍ତାନ ଦଳ ବ୍ୟାଟିଂ କରି ୧୯.୪ ଓଭରରେ ୧୦ ଓ୍ବିକେଟ ହରାଇ ୧୧୨ ରନ୍‌ କରିଥିଲା। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୧୩ ରହିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share