Categories: ଖେଳ

୬ ୱିକେଟରେ ଜିଟିର ସହଜ ବିଜୟ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା । ମ୍ୟାଚରେ ଡିସି ବିପକ୍ଷରେ ଜିଟି ସହଜ ବିଜୟ ହାସଲ କରିଛି । ଜିଟି ଡିସିକୁ ୬ ୱିକେଟରେ ପରାଜିତ କରିଛି । ଧାର୍ଯ୍ୟ ୧୬୩ ରନ୍ ଲକ୍ଷ୍ୟର ପିଛା କରି ଜିଟି ୧୮.୧ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା ।

ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୧୪ ରନ କରିଥିବାବେଳେ ଶୁଭମାନ ଗିଲ ୧୪, ସାଇ ସୁଧରସନ ୬୨, ବିଜୟ ଶଙ୍କର ୨୯, ଡେଭିଡ ମିଲର ୩୧ ରନ କରିଥିଲେ ।

ମ୍ୟାଚରେ ଜିଟି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ବୋଲିଂ କରିବାକୁ ପଡ଼ିଆକୁ ଓହ୍ଳାଇଥିଲା। ଡିସି ଟିମ୍ଅଧିନାୟକ ହେଭିଡ ଓ୍ବାର୍ଣ୍ଣରଙ୍କ ନେତୃତ୍ୱରେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ଓ୍ବିକେଟ ହରାଇ ୧୬୨ ରନ କରିଥିଲା। ଫଳରେ ଜିଟି  ପାଇଁ ବିଜୟ ଲକ୍ଷ୍ୟ ୧୬୩ ରନ ରହିଥିଲା ।

ଡିସି ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୪୭ ରନ କରିଥିବାବେଳେ, ସରଫରାଜ ଖାନ ୩୦ ,ଅଭିଷେକ ପୋରେଲ ୨୦ , ଅକ୍ଷର ପଟେଲ ୩୬ ରନ କରିଥିଲେ। ଅନ୍ୟ ବ୍ୟାଟ୍ସ ମ୍ୟାନମାନେ ୧୦ ରନ୍ରୁ କମ୍କରିଥିଲେ।

Share