Categories: ଖେଳ

ଭାରତର ସହଜ ବିଜୟ

ତେହେରାନ,୨୦ା୬ (ପି.ଟି.): ଏକାଧିକ ଥର ବିଶ୍ୱ ଚାମ୍ପିୟନ ତଥା ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ପଙ୍କଜ ଆଡଭାନୀଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇଟି ବଡ଼ ବିଜୟ ହାସଲ କରିଛି। ଆଫଗାନିସ୍ତାନ ଓ ମାଲେସିଆକୁ ସମାନ ୩-୦ ବ୍ୟବଧାନରେ ହରାଇ ଦେଇଛି ଭାରତ। ଆଡଭାନୀ ଉଭୟ ମ୍ୟାଚରେ ଖେଳିଥିଲେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆଡଭାନୀ ୫୪-୦୭ରେ ମହମ୍ମଦ ନୁରଙ୍କୁ ପରାସ୍ତ କରିଛନ୍ତି। ସେହିପରି ଲକ୍ଷ୍ମଣ ରାଓ୍ବତ ୭୫-୧୭ରେ ସାଲେ ମହମ୍ମଦଙ୍କୁ ହରାଇ ଦେଇଛନ୍ତି। ଭାରତ ୬୮-୪୧ରେ ଡବଲ ଫ୍ରେମ୍‌ ଜିତି ନେଇଥିଲା।

Share