ଲକ୍ଷ୍ନୌ,୧।୪ : ଶନିବାର ଆଇପିଏଲ ୨୦୨୩ର ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଦିଲ୍ଲୀ କ୍ୟାପତଟାଲ୍ସ(ଡିସି) ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଏଲଏସଜି ଡିସିକୁ ୫୦ ରନରେ ପରାଜିତ କରିଛି । ଧାର୍ଯ୍ୟ ୧୯୪ ରନ୍ ଲକ୍ଷ୍ୟର ପିଛା କରି ଡିସି ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୪୩ ରନ କରିଥିଲା ।
ଡିସି ପକ୍ଷରୁ ଡେଭିଡ ୱାର୍ଣ୍ଣର ୫୬ ରନ କରିଥିବାବେଳେ ରିଲି ରାସ୍ୱୋ ୩୦,ପୃଥ୍ୱୀ ଶ ୧୨, ଅକ୍ଷର ପଟେଲ ୧୬ ରନ କରିଥିଲେ ।
ଏହି ମ୍ୟାଚ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପ୍ରେୟୀ ଏକାନ୍ନା କ୍ରିକେଟ ଷ୍ଟ୍ାଡିୟମରେ ଖେଳାଯାଉଛି। ଡିସି ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଟସ ଜିତି ପ୍ରଥମେ ବୋଲିଂ କରିଥିବାବେଳେ ଏଲଏସଜି ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା।
ଏଲଏସଜି ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୩ ରନ କରିଥିଲା। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୪ ରନ ରହିଥିଲା।
ଏଲଏସଜି ପକ୍ଷରୁ କାୟଲ ମାୟର୍ସ ୭୩ ରନ କରିଥିବୀବେଳେ ଦୀପକ ହୁଦା ୧୭, ମାର୍କସ ଷ୍ଟିଓନିସ ୧୨, କେଏଲ ରାହୁଲ ୮, କୁନାଲ ପାଣ୍ଡ୍ୟା ୧୫, ନିକୋଲୋସ ପୁରାନ ୩୬, ଆୟୁଷ ବାଦୋନି ୧୮,କ୍ରିଷ୍ଣପା ଗୌଥମ ୬ ରନ କରିଥିଲେ।